ଉଇକିପିଡ଼ିଆ:ମାସର ବଛା ଲେଖା/ଅକ୍ଟୋବର ୨୦୨୦

ସିନ୍ଧୁ ନଦୀର ଚିତ୍ର (ଖାରମାଂଗ ଜିଲ୍ଲା, ପାକିସ୍ତାନ)

ସିନ୍ଧୁ ନଦୀ(ଇଂରାଜୀରେ Indus River) ଏସିଆ ମହାଦେଶର ଦୀର୍ଘତମ ନଦୀମାନଙ୍କ ମଧ୍ୟରୁ ଅନ୍ୟତମ । ତିବ୍ବତ ମାଳଭୂମିରେ ମାନସରୋବର ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରୁ ଏହି ନଦୀର ଉତ୍ପତ୍ତି । ନିଜ ଉତ୍ପତ୍ତିସ୍ଥଳରୁ ବାହାରି ଏହି ନଦୀ ଲଦାଖ ଅଞ୍ଚଳ ଅତିକ୍ରମ କରି ଗିଲ୍‍ଗିଟ୍-ବାଲ୍‍ଟିସ୍ତାନରେ ହିନ୍ଦୁକୁଶ ପର୍ବତମାଳାର ଉପତ୍ୟକାରେ ପ୍ରବେଶ କରିଛି । ତାହା ପରେ ଏହା ଦକ୍ଷିଣମୁଖୀ ହୋଇ ପାକିସ୍ତାନରେ ପ୍ରବାହିତ ହୋଇ ବନ୍ଦର ନଗରୀ କରାଚୀ ନିକଟରେ ଆରବ ସାଗର ସହିତ ସମ୍ମିଳିତ ହୋଇଛି । ସିନ୍ଧୁ ନଦୀ ପାକିସ୍ତାନର ଦୀର୍ଘତମ ନଦୀ ଓ ଏହାକୁ ପାକିସ୍ତାନର ଜାତୀୟ ନଦୀ ବୋଲି କୁହାଯାଏ ।

ସିନ୍ଧୁ ନଦୀର ଅବବାହିକା ୧୧,୬୫,୦୦୦ ବର୍ଗ କିଲୋମିଟର୍ ଅଞ୍ଚଳରେ ବ୍ୟାପ୍ତ । ଏହାର ବାର୍ଷିକ ପ୍ରବାହ ହାରାହାରି ୨୪୩ ଘନ କିଲୋମିଟର୍ ଯାହା ନୀଳ ନଦୀର ବାର୍ଷିକ ପ୍ରବାହର ୨ ଗୁଣ ଓ ୟୁଫ୍ରେଟିସ୍-ଟାଇଗ୍ରିସ୍ ନଦୀର ମିଳିତ ପ୍ରବାହର ୩ ଗୁଣ । ଏହି କାରଣରୁ ଜଳ ନିଷ୍କାସନ ହାର ଦେଖିଲେ ସିନ୍ଧୁ ନଦୀକୁ ବିଶ୍ୱର ବୃହତ୍ତମ ନଦୀମାନଙ୍କ ଶ୍ରେଣୀରେ ଗଣନା କରାଯାଇପାରେ । ଲଦାଖରେ ଜାନ୍‍ସ୍କାର ନଦୀ ଏହାର ବାମ ତୀରର ଉପନଦୀ ।


ପୁରା ପଢନ୍ତୁ...

🔥 Top keywords: ପ୍ରଧାନ ପୃଷ୍ଠାସିକ୍ଲ ସେଲ୍ ରୋଗବିଶେଷ:ଖୋଜନ୍ତୁମିଡ଼ିଆଉଇକି:Interwiki-links.jsଫକୀର ମୋହନ ସେନାପତିଗୋପବନ୍ଧୁ ଦାସଗଙ୍ଗାଧର ମେହେରସୁରେନ୍ଦ୍ର ମହାନ୍ତିରଥଯାତ୍ରାଓଡ଼ିଆ ସାହିତ୍ୟସାରଳା ଦାସବିଶେଷ:ନଗଦବଦଳଓଡ଼ିଆ ଭାଷାଲକ୍ଷ୍ମୀକାନ୍ତ ମହାପାତ୍ରଜଗନ୍ନାଥଗୋଦାବରୀଶ ମହାପାତ୍ରଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଜଗନ୍ନାଥ ମନ୍ଦିରରାଧାନାଥ ରାୟକାହ୍ନୁଚରଣ ମହାନ୍ତିମଧୁସୂଦନ ଦାସଗୋପୀନାଥ ମହାନ୍ତିଗୋପାଳକୃଷ୍ଣ ପଟ୍ଟନାୟକଜଗନ୍ନାଥ ଦାସମହାତ୍ମା ଗାନ୍ଧୀଗୋଦାବରୀଶ ମିଶ୍ରଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଶାଉପେନ୍ଦ୍ର ଭଞ୍ଜଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଉଇକିପିଡ଼ିଆମଧୁସୂଦନ ରାଓଭାରତଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକନମିତା ଅଗ୍ରୱାଲବନ୍ଦେ ଉତ୍କଳ ଜନନୀକୋଣାର୍କ ସୂର୍ଯ୍ୟ ମନ୍ଦିରକାଳିନ୍ଦୀ ଚରଣ ପାଣିଗ୍ରାହୀ