ଡାଳିକିଆ ବେଶ

ପଞ୍ଚକର ଚତୁର୍ଥ ଦିବସ ଅର୍ଥାତ କାର୍ତ୍ତିକମାସ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯାଇଥାଏ | ଏହି ଦିନ ଶ୍ରୀକ୍ଷେତ୍ରସ୍ଥ ଚକ୍ରନୃସିଂହଙ୍କ ନିକଟରୁ ଶ୍ରୀଜୀଉଙ୍କ ପାଖକୁ ଆଜ୍ଞାମାଳ ଆସିଥାଏ । ନେପାଳର ରାଜା, ଶ୍ରୀରାମଦାସ ମଠ ଓ ବଡ଼ଛତା ମଠ ଏହି ବେଶ ପାଇଁ ସହଯୋଗ କରିଥାନ୍ତି । [୧]

ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ

ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ସେବାୟତମାନେ ରତ୍ନଭାଣ୍ଡାରରୁ ଆଣିଥିବା ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଦିଅଁମାନଙ୍କୁ ସଜାଇଥାନ୍ତି । ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ । ଗୋପାଳ ବଲ୍ଲଭ, ବାଳଭୋଗ ଓ ସକାଳଧୁପ ଶେଷହେବା ପର୍ଯ୍ୟନ୍ତ ଏହି ବେଶ ରହିଥାଏ । [୨]

  1. ସମାଜ, ୮ନଭେମ୍ବର୨୦୧୧, ପୃଷ୍ଠା-୬
  2. ସମାଜ, ୧୦ନଭେମ୍ବର୨୦୧୧, ପୃଷ୍ଠା-୩

ବାହାର ଲିଙ୍କ

ସମ୍ପାଦନା
🔥 Top keywords: ପ୍ରଧାନ ପୃଷ୍ଠାଗୋପବନ୍ଧୁ ଦାସବିଶେଷ:ଖୋଜନ୍ତୁଫକୀର ମୋହନ ସେନାପତିଗଙ୍ଗାଧର ମେହେରମିଡ଼ିଆଉଇକି:Interwiki-links.jsରଥଯାତ୍ରାରାଧାନାଥ ରାୟମହାତ୍ମା ଗାନ୍ଧୀଜଗନ୍ନାଥ ଦାସସିକ୍ଲ ସେଲ୍ ରୋଗଓଡ଼ିଆ ସାହିତ୍ୟଜଗନ୍ନାଥ ମନ୍ଦିରପଞ୍ଚସଖାଦ୍ୱିତୀୟ ବିଶ୍ୱଯୁଦ୍ଧମଧୁସୂଦନ ଦାସସାରଳା ଦାସଉପେନ୍ଦ୍ର ଭଞ୍ଜଜଗନ୍ନାଥମଧୁସୂଦନ ରାଓଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଶେଷ:ନଗଦବଦଳଲକ୍ଷ୍ମୀକାନ୍ତ ମହାପାତ୍ରରୁମା ଦେବୀଓଡ଼ିଆ ଭାଷାଗୋପୀନାଥ ମହାନ୍ତିଉଇକିପିଡ଼ିଆଉଇକିପିଡ଼ିଆ:ଆମେ ଦାୟୀ ନୋହୁଁବ୍ୟବହାରକାରୀ:SRIKANTA KUMAR NAYAK/ପୁରୀ ଖରୁଡାଙ୍କ ଘଣ୍ଟୁଆ ସେବାମେଘା ମିତ୍ତଲଉଇକିପିଡ଼ିଆ:ବାବଦରେପ୍ରତିଭା ରାୟସୁରେନ୍ଦ୍ର ମହାନ୍ତିଅଚ୍ୟୁତାନନ୍ଦ ଦାସଓଡ଼ିଶାକୋଣାର୍କ ସୂର୍ଯ୍ୟ ମନ୍ଦିରସଚ୍ଚିଦାନନ୍ଦ ରାଉତରାୟକାଳିନ୍ଦୀ ଚରଣ ପାଣିଗ୍ରାହୀସହଯୋଗ:ବିଷୟବସ୍ତୁ