ନାରାୟଣ ବୀରବର ସାମନ୍ତ

ଓଡ଼ିଆ ରାଜନୀତିଜ୍ଞ

ନାରାୟଣ ବୀରବର ସାମନ୍ତ (୨୧ ଅକ୍ଟୋବର ୧୯୦୦ - ୯ ଅପ୍ରେଲ ୧୯୯୯), ଜନ୍ମନାମ ମିହିର ଜଗଦ୍ଦେବ, ଓଡ଼ିଶାରେ କୁଜଙ୍ଗ ଗାନ୍ଧୀ ନାମରେ ପରିଚିତ ଓ ସ୍ଥାନୀୟ ଅଞ୍ଚଳରେ ସାଆନ୍ତେ ବୋଲି ଡକା, ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଦୁଇ ଥର କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ୧୯୪୬ର ଓଡ଼ିଶା ବିଧାନ ସଭା ନିର୍ବାଚନ ନିର୍ବାଚନରେ ସେ ପୂର୍ବ କଟକ ସଦର ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଏରସମା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନେତା ରତ୍ନମାଳୀ ଜେମା ତାଙ୍କର ଜୀବନସାଥୀ, ଓଡ଼ିଆ ଅଧ୍ୟାପିକା ଓ ଲେଖିକା ପ୍ରତିଜ୍ଞା ଦେବୀ ତାଙ୍କ ଝିଅ ଓ ସାହିତ୍ୟିକ ମନୋଜ ଦାସ ତାଙ୍କର ଜ୍ୱାଇଁ ଥିଲେ ।

ନାରାୟଣ ବୀରବର ସାମନ୍ତ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀଲୋକନାଥ ଚୌଧୁରୀ
ପର ଅଧିକାରୀଲୋକନାଥ ଚୌଧୁରୀ
ନିର୍ବାଚନ ମଣ୍ଡଳୀଏରସମା
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୪୬ – ୧୯୫୨
ପୂର୍ବ ଅଧିକାରୀପ୍ରାଣକୃଷ୍ଣ ପରିଜା
ପର ଅଧିକାରୀବିପିନ ବିହାରୀ ଦାସ
ନିର୍ବାଚନ ମଣ୍ଡଳୀପୂର୍ବ କଟକ ସଦର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1900-10-21)୨୧ ଅକ୍ଟୋବର ୧୯୦୦
ମୃତ୍ୟୁ୯ ଅପ୍ରେଲ ୧୯୯୯(1999-04-09) (ବୟସ ୯୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଉତ୍କଳ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ
ଜୀବନ ସାଥୀରତ୍ନମାଳୀ ଜେମା
ସମ୍ପର୍କମନୋଜ ଦାସ (ଜ୍ୱାଇଁ)
ସନ୍ତାନପ୍ରତିଜ୍ଞା ଦେବୀ (ଝିଅ)
ବାପା/ବୋଉବଳରାମ ବୀରବର ସାମନ୍ତ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରାରମ୍ଭିକ ଜୀବନ

ସମ୍ପାଦନା

ନାରାୟଣ ବୀରବର ସାମନ୍ତ ୧୯୦୦ ମସିହାର ଅକ୍ଟୋବର ୨୧ ତାରିଖରେ ଅବିଭକ୍ତ କଟକ ଜିଲ୍ଲାର ଇନ୍ଦୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମନାମ ଥିଲା ମିହିର ଜଗଦ୍ଦେବ । ପରେ ସେ ମାମୁଘର ଆଠଗଡ଼ ରାଜପରିବାରରେ ପୋଷ୍ଯପୁତ୍ର ହେବା ପରେ ନାରାୟଣ ବୀରବର ସାମନ୍ତ ନାମରେ ପରିଚିତ ହୋଇଥିଲେ ।[୧] ତାଙ୍କ ବାପାଙ୍କ ନାମ ବଳରାମ ବୀରବର ସାମନ୍ତ ।[୨]

ଶିକ୍ଷା

ସମ୍ପାଦନା

ସେ ଆଠଗଡ଼ରେ ସ୍କୁଲ ଶିକ୍ଷା ସମାପ୍ତ କରି ପରେ ରେଭେନ୍ସା ମହାବିଦ୍ୟାଳୟରେ କଲେଜ ଶିକ୍ଷା ପାଇଁ ଯୋଗଦେଇଥିଲେ । ଏହି ସମୟରେ ସେ ରାଜନୀତି ଓ ସମାଜସେବାରେ ଜଡ଼ିତ ହୋଇଥିଲେ । ପରେ ୧୯୨୦ରେ ବନ୍ୟା ରିଲିଫ କାମ ପାଇଁ ପାଠପଢ଼ା ଛାଡ଼ିଦେଇଥିଲେ ।[୧]

ପରିବାର

ସମ୍ପାଦନା

ତାଙ୍କ ପତ୍ନୀ ରତ୍ନମାଳୀ ଜେମା ଜଣେ ରାଜନୀତିଜ୍ଞ ଥିଲେ । ତାଙ୍କ ଝିଅ ପ୍ରତିଜ୍ଞା ଦେବୀ ଓ ଜ୍ୱାଇଁ ମନୋଜ ଦାସ ଓଡ଼ିଆ ଭାଷାର ଜଣାଶୁଣା ସାହିତ୍ୟିକ ଥିଲେ ।[୩]

ରାଜନୈତିକ ଜୀବନ

ସମ୍ପାଦନା

ନାରାୟଣ ବୀରବର ସାମନ୍ତ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୨]

ମୃତ୍ୟୁ

ସମ୍ପାଦନା

ନାରାୟଣ ବୀରବର ସାମନ୍ତ ୧୯୯୯ ମସିହାର ଅପ୍ରେଲ ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।

  1. ୧.୦ ୧.୧ ମିଶ୍ର, ସ୍ୱରାଜ (23 June 2024). "ନାରାୟଣ ପରି ଜଣେ ସାମନ୍ତ ନାହିଁ ନାହିଁ ତ". sambadepaper.com. Retrieved 2024-06-25.
  2. ୨.୦ ୨.୧ ୨.୨ "Shri Narayan Birabar Samanta". odishaassembly.nic.in. Odisha Assembly. Retrieved 15 May 2022.
  3. "Former MLA Ratnamali Jema passes away | Sambad English". Sambad English (in English). Cuttack: sambadenglish.com. 30 January 2014. Archived from the original on 3 September 2021. Retrieved 3 September 2021.{{cite news}}: CS1 maint: unrecognized language (link)
🔥 Top keywords: ପ୍ରଧାନ ପୃଷ୍ଠାବିଶେଷ:ଖୋଜନ୍ତୁଗଙ୍ଗାଧର ମେହେରଉପେନ୍ଦ୍ର ଭଞ୍ଜଫକୀର ମୋହନ ସେନାପତିସିକ୍ଲ ସେଲ୍ ରୋଗଗୋପବନ୍ଧୁ ଦାସସାରଳା ଦାସରଥଯାତ୍ରାରାଧାନାଥ ରାୟଓଡ଼ିଆ ସାହିତ୍ୟଭୁବନେଶ୍ୱର ବେହେରାଦ୍ୱିତୀୟ ବିଶ୍ୱଯୁଦ୍ଧଜଗନ୍ନାଥ ମନ୍ଦିରଜଗନ୍ନାଥଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଜଗନ୍ନାଥ ଦାସମଧୁସୂଦନ ରାଓଗୋପୀନାଥ ମହାନ୍ତିଭୀମ ଭୋଇସ୍ୱାମୀ ବିବେକାନନ୍ଦଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଓଡ଼ିଆ ଭାଷାବିଶେଷ:ନଗଦବଦଳକବିସୂର୍ଯ୍ୟ ବଳଦେବ ରଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକମହାତ୍ମା ଗାନ୍ଧୀସୀତାକାନ୍ତ ମହାପାତ୍ରସୁରେନ୍ଦ୍ର ମହାନ୍ତିଭାରତୀୟ ଜାତୀୟ କ୍ରିକେଟ ଦଳଉଇକିପିଡ଼ିଆ:ଆମ ସହ ଯୋଗାଯୋଗମଧୁସୂଦନ ଦାସଓଡ଼ିଶାଉଇକିପିଡ଼ିଆମିଡ଼ିଆଉଇକି:Interwiki-links.jsବିଜୟ ମିଶ୍ରଛାଞ୍ଚ:Smiley/doc